୭୭ତମ ଉପଖଣ୍ଡ ସ୍ତରୀୟ ସାଧରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଉପ ଜିଲ୍ଲାପାଳ ଅକାବରମ ଶସ୍ୟା ରେଡ୍ଡୀ, ଅଧ୍ୟକ୍ଷତାରେ ଜୟପୁର ପୌରପରିଷଦର ସଭା ଗୃହ ଠାରେ ଆଜି ଅପରାହ୍ନ 4ଟାରେ ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଆଡମ୍ବରରେ ଜୟପୁର ଦଶହରା ପଡ଼ିଆରେ ପୂର୍ବାହ୍ନ ୦୮.୩୦ ମିନିଟ ସମୟରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ମୋହଦୟା ପତାକା ଉତ୍ତୋଳନ କରିବେ ଓ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଅରବିନ୍ଦ ନଗରର ଛାତ୍ରୀ ମାନଙ୍କ ଦ୍ୱାରା ଜାତୀୟ ସଙ୍ଗୀତ ପରିବେଷଣ ହେବ ।