ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଇନ୍ଫୋସିଟି ଗଣେଷ ବିହାରରେ ହାତୀ ଉପଦ୍ରବ, ଶିଶିଟିଭି ରେ କଏଦ ହେଲା ଦୃଶ୍ୟ
ଇନ୍ଫୋସିଟି ଗଣେଷ ବିହାରରେ ହାତୀ ଉପଦ୍ରବ, ଶିଶିଟିଭି ରେ କଏଦ ହେଲା ଦୃଶ୍ୟ | ପୁଣି ସହର ଭିତରେ ହାତୀ। ଖାଦ୍ୟ ଅନ୍ୱେଷଣରେ ଭାଙ୍ଗିଲେ ପାଚେରୀ ଓ ଘର। ଦୁଇଟି ହାତୀ ଖେଲାଇଲେ ଉତ୍ପାତ। ଆଜି 9.46ରେ ଇନ୍ଫୋସିଟି ଗଣେଷ ବିହାରରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ହାତୀ ଆକ୍ରମଣରୁ ଅଳ୍ପକେ ବର୍ତିଲେ ବୃଦ୍ଧା। ଦୌଡ଼ି ଦୌଡ଼ି ବଞ୍ଚାଇଲେ ନିଜ ଜୀବନ। ସିସିଟିଭିରେ ଘଟଣା କଏଦ୍। ଗତକାଲି ଦୁଇଟି ହାତୀ ଆସିଥିବା ବେଳେ ଆଜି ପୁଣି ଦୁଇଟି ହାତୀ ସ୍ଥାନୀୟ ଅଞ୍ଚଳରେ ଖେଲାଇଛନ୍ତି ଆତଙ୍କ। ଚନ୍ଦକା ଜଙ୍ଗଲରୁ ଆସି ଖେଳାଇଛି ଆତଙ୍କ। ହାତୀକୁ ଘଉଡାଇଲେ ସ୍ଥାନୀୟ ଲୋକେ।