ଟିଟିଲାଗଡ: ଟିଟିଲାଗଡ଼ ଏସସିଡ଼ି ସେଣ୍ଟରର ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳିଲେ ବିଧାୟକ, ଉପଜିଲ୍ଲାପାଳ, ପୌରାଧକ୍ଷା
ଆଜି ହେଉଛି ଦେଶର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ। ଏହି ଅବସରରେ ଟିଟିଲାଗଡ଼ ଏସସିଡ଼ି ସେଣ୍ଟରରେ ରହୁଥବା ବିକଳାଙ୍ଗ ଛାତ୍ର ଛାତ୍ରୀଙ୍କ ସହ ମିଶି କେକ୍ କାଟି ଜନ୍ମ ଦିନ ପାଳନ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ର ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ, ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପଦ୍ମନାଭ ସାମନ୍ତରାୟ, ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତି ମମତା ଦେବୀ ଜୈନ, ପୌର ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଚନ୍ଦନ ଶତପଥୀ ଯୋଗ ଦେଇଥିଲେ। ପ୍ରଥମେ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ଅନ୍ତର୍ଗତ ସେଣ୍ଟର ପରିସରରେ ବୃକ୍ଷ ରୋପଣ କରିଥିଲେ।