ସମ୍ବଲପୁର ମ୍ୟୁନିସିପାଲଟି: ଟିକେଟ କାଟି ଇ – ବସରେ ଯାତ୍ରା କଲେ ମୁଖ୍ୟମନ୍ତ୍ରୀ
ଟିକେଟ କାଟି ଇ – ବସରେ ଯାତ୍ରା କଲେ ମୁଖ୍ୟମନ୍ତ୍ରୀ l ମିଳିଥିବା ସୂଚନା ଅନୁସାରେ ସମ୍ବଲପୁରରେ ପ୍ରଦୂଷଣ ମୁକ୍ତ ଇ – ବସ ସେବାର ସୁବିଧା ସରକାରଙ୍କ ଦ୍ୱାରା ଆଜି ଦିନ 2 ଟା ରେ ଆରମ୍ଭ କରାଯାଇଛି । ଏହି ସେବାର ଉଦଘାଟନ ସ୍ଥାନୀୟ ସମଲେଶ୍ୱରୀ ମନ୍ଦିର ନିକଟସ୍ଥ ରିଂ ରୋଡ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରିଛନ୍ତି । ଏହି ଇ – ବସ ସେବାର ସୁବିଧା ଆରମ୍ଭ କରିବା ପରେ ମୁଖ୍ୟମନ୍ତ୍ରୀ ଓ ତାଙ୍କର ଧର୍ମପତ୍ନୀ ବସରେ ଯାତ୍ରା କରିଛନ୍ତି । ମୁଖ୍ୟମନ୍ତ୍ରୀ ବସ ସେବା ପାଇଁ ଆବଶ୍ୟକୀୟ ଟିକଟ ଶୁଳ୍କ ମଧ୍ୟ ପ୍ରଦାନ କରି ଯାତ୍ରା କରିଥିଲେ । ମୁଖ୍ୟମନ୍ତ୍ରୀ ସମଲେଶ୍ୱରୀ ମନ୍ଦିର ରୁ ବାଲିବନ