ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ସିଦ୍ଧେଶ୍ଵର ନଗର ଅନ୍ତର୍ଗତ ପ୍ରମେୟ ଗଳିରେ ମହିଳାଙ୍କ ବେକରୁ ସୁନା ଚେନ ଲୁଟ ଘଟଣା, ଜଣଙ୍କୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ
ସିଦ୍ଧେଶ୍ଵର ନଗର ଅନ୍ତର୍ଗତ ପ୍ରମେୟ ଗଳିରେ ମହିଳାଙ୍କ ବେକରୁ ସୁନା ଚେନ ଲୁଟ ଘଟଣା, ଜଣଙ୍କୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ | ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ଜଣକ ସିଦ୍ଧେଶ୍ଵର ନଗର ଅନ୍ତର୍ଗତ ପ୍ରମେୟ ଗଳିରେ ରୁହନ୍ତି | ଅଭିଯୋଗକାରିଣୀଙ୍କ ଶାଶୁ ରାସ୍ତା ଉପରେ ସ୍କୁଲ ବସକୁ ଅପେକ୍ଷା କରିଥିବା ବେଳେ, ଅଭିଯୁକ୍ତ ଜଣକ ଏକ ସ୍କୁଟି ଯୋଗେ ପାଖକୁ ଆସି ଫୁଲ ଯାଚି ଥିଲେ ଏବଂ ସୁଯୋଗ ଦେଖି ତାଙ୍କ ବେକରୁ ୨୫ ଗ୍ରାମ ଓଜନର ସୁନା ଚେନ ଛିଣ୍ଡାଇ ନେଇ ଘଟଣା ସ୍ଥଳରୁ ଦ୍ରୁତ ଗତିରେ ଫେରାର ହୋଇଯାଇଥିଲେ । ଏନେଇ ଅଭିଯୋଗକାରିଣୀ ଥାନାର ଦ୍ଵାରସ୍ଥ ହୋଇଥିଲେ ।