ଗଞ୍ଜାମ ଜିଲ୍ଲା ପୋଲସରା ସହର ଗୋପବନ୍ଧୁ ହାଇସ୍କୁଲ ଛକ ପାଖ ରେ ଘଟିଥିବା ଗୁଡୁ ହତ୍ୟା ମାମଲାରେ ପୋଲସରା ପୋଲିସ ଆଉ ତିନି ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ ଜୁଲାଇ ୨୨ ତାରିଖ ଦିନ ରାଜେଶ ପ୍ରଧାନ ଓରଫ ଗୁଡୁ ଗୋପବନ୍ଧୁ ହାଇସ୍କୁଲ ଛକ ନିକଟ ପରିବା ଦୋକାନ ରେ ଠିଆ ହୋଇଥିବା ବେଳେ କିଛି ମୁଖା ପିନ୍ଧା ଯୁବକ ମାରଣାସ୍ତ୍ର ରେ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିଲେ।