ଅନୁଗୋଳ ଜିଲା ବନ୍ତଳା ଶ୍ରୀଚନ୍ଦ୍ରଶେଖର ମହାବିଦ୍ୟାଳୟ ବନ୍ତଳା ପରିସରରେ ବନ୍ତଳା ପୋଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରୀ ଛାତ୍ରଙ୍କୁ ନେଇ ବତୃକ୍ତା,ରଚ଼ନା,ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗୀତା ଆୟୋଜନ ହୋଇଥିଲା। ବନ୍ତଳା ଥାନା ଅଧିକାରୀ ନଟବର ନନ୍ଦଙ୍କ ଆୟୋଜିତ ଏହି ପ୍ରତି ଯୋଗୀତା ସର୍ଦ୍ଧାର ବଲଭଭାଇ ପଟେଲଙ୍କ ଉଦ୍ଦେଶ୍ୟରେ ସମର୍ପିତ କରା ଯାଇଥିଲା। କାର୍ଯ୍ୟକ୍ରମରେ ଅଧ୍ୟକ୍ଷ କେଶବ ଚ଼ନ୍ଦ୍ର ସାହୁ, ଅଧ୍ୟାପକ ଧ୍ରୀଜଲାଲ ସାହୁ, ଚିନ୍ତାମଣି ଗୋଛାୟତ, ଦେବପ୍ରସାଦ ବିଶ୍ଵାଳଙ୍କ ସମେତ ଅଧ୍ୟାପିକା ଓ କର୍ମଚାରୀ ମାନେ ସହଯୋଗ କରିଥିଲେ