ବାଇକ ଦୁର୍ଘଟଣାରେ ଦୁଇ ଯୁବକ ଗୁରୁତର ଆହତ । ଦେବଗଡ ଜିଲ୍ଲା କଂଟାପାଳି ଗ୍ରାମ ନିକଟରେ ଆଜି ସନ୍ଧ୍ୟାରେ ଏକ ବାଇକ ଦୁର୍ଘଟଣା ହୋଇଛି । ବାଇକରେ ଥିବା ମାକରମୁଣ୍ଡା ଗ୍ରାମର ଶିବ ମୁଣ୍ଡା ଏବଂ କୃଷ୍ଣ ମୁଣ୍ଡା ଗୁରୁତର ଆହତ ହୋଇଛନ୍ତି । ଶିବଙ୍କ ବାମ ଗୋଡ ଭାଙ୍ଗିବା ସହିତ ପ୍ରବଳ ରକ୍ତସ୍ରାବ ହେଉଛି । ସେହିପରି କୃଷ୍ଣଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିବା ସହିତ ବାମ ହାତ ଭାଙ୍ଗି ଯାଇଛି ଏବଂ ଗୋଡରେ ମଧ୍ୟ ଆଘାତ ଲାଗିଛି । ଦୁଇ ଯୁବକ ଏକ ବାଇକରେ ଯାଉଥିବା ବେଳେ ରାସ୍ତା ଉପରେ ଧାନ ସୁଖାଯାଇଥିବା ବେଳେ ଭାରସାମ୍ୟ ହରାଇ ସ୍ଲିପ ହୋଇଯାଇଥିଲା ।