ଅନୁଗୋଳ: ତୁକୁଡ଼ା ଗ୍ରାମରେ ପାଣିରେ ବୁଡି ଜଣେ ମହିଳାଙ୍କର ମୃତ୍ୟୁ
Anugul, Angul | Nov 15, 2025 ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ତୁକୁଡ଼ା ଗ୍ରାମରେ ପାଣିରେ ବୁଡି ବୈଦ୍ୟନାଥ ମହାଳିକଙ୍କ ପତ୍ନୀ ଚାନ୍ଦିନୀ ବେହେରା(୨୬)ଙ୍କ ମୃତ୍ୟୁ ହୋଇଛି। ଚାନ୍ଦିନୀ ସନ୍ଧ୍ୟା ସମୟରେ ବେଳେ ଘର ନିକଟସ୍ଥ ଜୋରକୁ ଶୌଚ ହେବାକୁ ଯାଇଥିଲେ। ମାତ୍ର ଏକ ଘଣ୍ଟା ଯାଏ ଘରକୁ ଫେରି ନଥିଲେ । ପରିବାର ଲୋକ ଜୋର ନିକଟକୁ ଯାଇ ଖୋଜା ଖୋଜି କରିବା ପରେ ଚାନ୍ଦିନୀ ଜୋରରେ ସଂଜ୍ଞାହିନ ହୋଇ ପଡ଼ିଥିବା ଦେଖିବାକୁ ପାଇ ଥିଲେ । ପରିବାର ଲୋକ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।