ଆସନ୍ତା ରବିବାର ଦିନ ମହା ଶିବରାତ୍ରି। ଏଥିପାଇଁ ଶୈବ୍ୟ ପୀଠ ବେଦବ୍ୟାସ ରେ ଚାଲିଛି ଜୋରଦାର ପ୍ରସ୍ତୁତି। ବ୍ରାହ୍ମଣୀ ନଦୀ କୂଳରେ ଥିବା ଏହି ଏହି ଶୈବ ପୀଠ ରେ ଜାଗର ଅମାବାସ୍ୟା ଦିନ ଦେବଦେବ ମହାଦେବ ଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଏବଂ ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରତି ବର୍ଷ ବ୍ୟାପକ ବ୍ୟବସ୍ଥା କରା ଯାଇଥିବା ଶୁକ୍ରବାର ଅପରାହ୍ନରେ ସୂଚନା ମିଳିଛି।