ବିରିଡି: ହଳଦିଆପଡ଼ା ଗାଁର ସ୍ୱର୍ଗତ ଗଣେଶ ବାରିକଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଲେ ଜଗତସିଂହପୁର ସାଂସଦ
ଜଗତସିଂହପୁର ସାଂସଦ ଡ଼ ରାଜଶ୍ରୀ ମଲ୍ଲିକ ଶନିବାର ହଳଦିଆପଡ଼ା ଗାଁର ସ୍ୱର୍ଗତ ଗଣେଶ ବାରିକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ଏହି ସମୟରେ ବ୍ଲକ ଅଧ୍ୟକ୍ଷା ମମତା ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ରଶେଖର ଦାଶ, ସଭ୍ୟା ଦିପ୍ତିମୟୀ ରାୟ, ସରପଞ୍ଚ ସ୍ନେହପ୍ରଭା ପରିଜା, ସମିତିସଭ୍ୟା କଳ୍ପନା ପଶାୟତ, ପବିତ୍ର ପଶାୟତ, ବିଷ୍ଣୁଚରଣ ଲେଙ୍କା, ଗୟାଧର ମହାନ୍ତି, ମାନସ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।