ଟିଟିଲାଗଡ: ଟିଟିଲାଗଡ ବ୍ଲକ କାର୍ଯ୍ୟାଳୟ ପରିସର ପଛ ପଟରୁ ବାହାରିଲା କଙ୍କାଳ - ପୋଲିସର ଛାନଭିନ ଆରମ୍ଭ
ଟିଟିଲାଗଡ ବ୍ଲକ୍ କାର୍ଯ୍ୟାଳୟ ପରିସର ପଛ ପଟେ ସକାଳୁ କୁକୁର ମାନେ ମାଡ ହେଉଥିବା ଦେଖି କାମ କରୁଥିବା କର୍ମ ଚାରି ବିଡ଼ିଓଙ୍କୁ ଅବଗତ କରାଇବା ପରେ ଟିଟିଲାଗଡ ପୋଲିସକୁ ସୂଚନା ଦେଇଥିଲେ। ତେବେ ଘଟଣା ସ୍ଥଳକୁ ଏସ ଡି ପୀ ଓ ଯଶୋବନ୍ତ ନାରାୟଣ ପ୍ରଧାନ, ଥାନାଧିକାରୀ ଶ୍ରୀମତି କଲ୍ୟାଣୀ ବେହେରା, ବିଡ଼ିଓ ଚନ୍ଦ୍ର ମନି ନାଗ ଓ ବଲାଙ୍ଗୀରରୁ ସାଇଣ୍ଟି ଫିକ ଟିମ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି