ଫୁଲକୁସୁମ ଗ୍ରାମର ଦିପୁନ ପଟେଲ୍ ମଙ୍ଗଳବାର ଦିନ ଏକ ଟ୍ରାକ୍ଟର ଯୋଗେ ନିକଟସ୍ଥ ଧାନ ମଣ୍ଡି ରୁ ଫେରୁଥିବା ବେଳେ ଫୁଲକୁସୁମ ଛକ ନିକଟରେ ଟ୍ରାକ୍ଟର ଡାଲା ରେ ବାଜି ମୁଖ୍ୟମନ୍ତ୍ରୀ ବସ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ଏହାକୁ କେନ୍ଦ୍ର କରି କାର୍ଯ୍ୟରତ ବସ ଡ୍ରାଇଭର ଓ କଣ୍ଡକ୍ଟର ମିଶି ଦିପୁନ କୁ ନିସ୍ତୁକ ମାଡ଼ ମାରିବା ସହ ପଥର ରେ ଚେଞ୍ଚି ହତ୍ୟା ଉଦ୍ୟମ କରିଥିଲେ। ଦିପୁନଙ୍କ ମା ତାଙ୍କୁ ଛଡ଼ାଇବା କୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ତାଙ୍କୁ ଛାଡି ନଥିଲେ। ଆକ୍ରମଣ ରେ ଦିପୁନ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।