ଜମନକିରା ବ୍ଲକ ଅନ୍ତର୍ଗତ ସୁବର୍ଣାପାଲି ଠାରେ ଚାଲିଥିବା ଧନୁଯାତ୍ରା ରେ ଓର୍ମାସ ଷ୍ଟଲ୍ କୁ ମନ୍ତ୍ରୀ ରବି ନାଏକ ଉଦଘାଟନ କରିଥିବା ଜଣାପଡିଛି। ସୂଚନା ଅନୁସାରେ ଜମନକିରା ବ୍ଲକ ସୁବର୍ଣ୍ଣପାଲି ଧନୁଯାତ୍ରା ପଡ଼ିଆ ଠାରେ ଓର୍ମାସ ଏବଂ ଜିଲ୍ଲା ପ୍ରଶାସନ ର ମିଳିତ ସହଯୋଗରେ ହସ୍ତ ଶିଳ୍ପ ପ୍ରଦର୍ଶନୀ ଓ ବିକ୍ରୟ କେନ୍ଦ୍ର ଆୟୋଜିତ ହୋଇଥିବା ବେଳେ ବୁଧବାର ରାତି ପ୍ରାୟ ୧୦ ଟାରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଏହାକୁ ଉଦଘାଟନ କରିଥିଲେ।