ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଟପୁର ସ୍ଥିତ ମା ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ବିଜେପି ପକ୍ଷରୁ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ବିଜେପି ସାଙ୍ଗଠନିକ ଜିଲ୍ଲା ଆସିକା ସଭାପତି ବିଜୟ କୁମାର ସ୍ୱାଇଁ ଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଯୁବମୋର୍ଚା ଉପ ସଭାପତି ଏମ. ଚିନ୍ମୟ ରେଡ଼ୀ ଙ୍କ ତତ୍ୱାବଧାନ ରେ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବହୁ ଜିଲ୍ଲା ସ୍ଥରୀୟ ନେତୃବୃନ୍ଦ ଯୋଗଦେଇ ଦଳୀୟ ସଂଗଠନ ନେଇ ଆଲୋଚନା କରିଛନ୍ତି l ଏହି ସମ୍ମିଳନୀ ରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରୁ ବହୁ ନେତା କର୍ମୀ ଯୋଗଦେଇଥିଲେ l