ବାରକୋଟ ଥାନା ଦେଇ ବଣେଇ ଅଂଚଳକୁ ବାଇକ ଯୋଗେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ଝୁମ୍ପୁରା ଛକରେ ପୋଲିସ ଅଟକାଇ ୧ କେଜି ୫୦ ଗ୍ରାମ ଗଞ୍ଜେଇ ସମେତ ଗୋଟିଏ ବାଇକ, ଗୋଟିଏ ମୋବାଇଲ ଏବଂ ୧୨ ଶହ ଟଙ୍କା ଜବତ କରିଛି । ଏଥିସହ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ସୁନ୍ଦରଗଡ ଜିଲ୍ଲା ବଣେଇ ଥାନା ଅନ୍ତର୍ଗତ କେନ୍ଦ୍ରିକଳା ଗ୍ରାମର ମନୋଜ କୁମାର ବେହେରା (୩୫) ଏବଂ ଗଣେଶ ବେହେରା (୪୨)ଙ୍କୁ ଗିରଫ କରି ଆଜି ରାତିରେ କୋର୍ଟଚାଲାଣ କରିଛି । ମାତ୍ର ଜାମିନ ଆବେଦନ ଖାରଜ ହେବାରୁ ମାନ୍ୟବର ଅଦାଳତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।