ଲାଞ୍ଜିଗଡ: ଡାକକୋଟା ଆଶ୍ରମ ଛକ ରାସ୍ତା କଡ଼ରୁ ଅସହାୟ ଅବସ୍ଥାରେ ପଡିଥିବା ବୃଦ୍ଧାଙ୍କୁ ଉଦ୍ଧାର କରି ଚିକିତ୍ସା ସେବା ଯୋଗାଇଲେ ଯୁବକ ସଂଘର କର୍ମକର୍ତ୍ତା
ଶୁକ୍ରବାର ଥୁଆମୁଳ ରାମପୁର ଡାକକୋଟା ଆଶ୍ରମ ଛକ ନିକଟରେ ଜଣେ ବୃଦ୍ଧା ଅସହାୟ ଅବସ୍ଥାରେ ପଡ଼ି ରହିଥିଲେ। ଏନେଇ ଡାକକୋଟା ସ୍ବାମୀ ବିବେକାନନ୍ଦ ଯୁବକ ସଂଘର କର୍ମକର୍ତ୍ତା ଜାଣିବା ପରେ ମାନବିକତା ଦେଖାଇ ବୃଦ୍ଧାଙ୍କୁ ଉଦ୍ଧାର କରିଥିଲେ। ବୃଦ୍ଧା ଜଣକ ଅସୁସ୍ଥ ଥିଲେ। ତେଣୁ ତାଙ୍କୁ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ। ଏହାପରେ ବୃଦ୍ଧା ଙ୍କ ପରିଚୟ ମିଳିବା ପରେ ଥୁଆମୁଳ ରାମପୁର ପୁଲିସ ଉପସ୍ଥିତିରେ ବୃଦ୍ଧାଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।