ନେତାଜୀ ସୁଭାଷଚନ୍ଦ୍ର ବୋଷ କଲେଜ, କମର୍ସ ବିଭାଗ ପକ୍ଷରୁ ଆଜି ‘ଡିଲିସିଅସ୍ ଫୁଡ୍ ଫେଷ୍ଟିଭାଲ୍ – କମର୍ସ କାଫେ କାର୍ଣ୍ଣିଭାଲ୍’ ର ଭବ୍ୟ ଆୟୋଜନ କରାଯାଇଥିଲା। ଅନୁଷ୍ଠାନରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଡ଼. ପି. ସି. ତ୍ରିପାଠୀ, କିଛି ହୋଟେଲ୍ ମାଲିକ ମାନେ ବିଶେଷ ନ୍ୟାୟଧୀଶ ଭାବେ ଯୋଗଦେଇଥିଲେ। ଏହି କାର୍ଣ୍ଣିଭାଲ୍ରେ ମୋଟ 25ଟି ଫୁଡ୍ ଷ୍ଟଲ୍ ସଜାଯାଇଥିଲା, ଯେଉଁଥିରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍ୱାଦିଷ୍ଟ ପଦାର୍ଥ ପ୍ରସ୍ତୁତ କରି ଯୁବ ଉଦ୍ୟମୀତ୍ୱକୁ ପ୍ରକାଶ କରିଥିଲେ। ଏନେଇ ଆଜି ରାତି 9 ଟା ରେ କଲେଜ କତୃପକ୍ଷ ସୂଚନା ଦେଇଛନ୍ତି l