କୁଚିଣ୍ଡା ଅଞ୍ଚଳ ରେ ୧ ହଜାର ବିଦ୍ୟୁତ୍ ଚାଳିତ ଓ ୩ ସହ ସୋଲାର ଚାଳିତ ନଳକୂପ ଖନନ ପ୍ରକଳ୍ପ ଆରମ୍ଭ ହୋଇ ଥିବା ବେଳେ ବକ୍ସମା ପଞ୍ଚାୟତ ଅନ୍ତର୍ଗତ ଟାଇଁସର୍ ଠାରେ ଶନିବାର ଦିନ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଉକ୍ତ ପ୍ରକଳ୍ପ ଦ୍ବାରା ଅଞ୍ଚଳ ରେ ଜଳସେଚନ ବ୍ୟବସ୍ଥା ସୁଦୃଢ ହେବା ସହ ଚାଷୀ ଲାଭାନ୍ୱିତ ହେବେ ବୋଲି ସେ କହିଛନ୍ତି।