ଲାଞ୍ଜିଗଡ: ପର୍ଜା ନାଗଫେଣୀ ଗାଁକୁ ଫେରିଲା ବାଙ୍ଗାଲୋର ଠାରେ ଟ୍ରେନ ଦୁର୍ଘଟଣାରେ ମୃତ ଦାଦାନ ଶ୍ରମିକଙ୍କ ଶବ
ଶୁକ୍ରବାର କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ସର୍ଗିଗୁଡା ଗ୍ରାମପଞ୍ଚାୟତ ପ୍ରଜାନାଗଫେଣି କୁ ବାଙ୍ଗଲୋର ରୁ ଜଣେ ଦାଦନ ଶ୍ରମିକଙ୍କ ମୃତ ଦେହ ଫେରିଛି।କାନ୍ଦବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ, ସୃଷ୍ଟି କରିଛି ଶୋକାକୁଳ ପରିବେଶ।ସୂଚନା ଅନୁଯାୟୀ ଗାଁର ଗିରିରାଜ ବାଣୁଆଁ (୨୫) ଗତ ଚାରି ମାସ ତଳେ ପରିବାର ପ୍ରତିପୋଷଣ ପାଇଁ ସୁଦୂର ବାଙ୍ଗୋଲୋର ଯାଇଥିଲେ କିନ୍ତୁ ସେଠାରେ ଗତ ମଙ୍ଗଳ ବାର ସନ୍ଧ୍ୟାରେ ଟ୍ରେନ ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିଲା।