କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଖଣ୍ଡକଟା ଠାରେ ଆଞ୍ଚଳିକ ଧନୁଯାତ୍ରା ଆୟୋଜିତ ହୋଇ ଆସୁଥିବା ବେଳେ ଶୁକ୍ରବାର ଏହାର ତୃତୀୟ ଦିନରେ ପୁତନା ବଧ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଗତ ବୁଧବାର ଠାରୁ ଖଣ୍ଡକଟା ଠାରେ ଆଞ୍ଚଳିକ ଧନୁଯାତ୍ରା ଆୟୋଜିତ ହୋଇ ଆସୁଛି। ହେଲେ ଏହାର ତୃତୀୟ ଦିବସରେ ଗୋପପୁରରେ ପୁତନା ବଧ ଓ ବକାସୁର ବଧ ନାଟକ ମଞ୍ଚସ୍ଥ ହୋଇଥିବା ବେଳେ ମଥୁରା ନଗରୀରେ କନ୍ସଙ୍କ ଦିଗବିଜୟ ଓ ଜରାସନ୍ଧ ବଧ ନାଟକ ମଞ୍ଚସ୍ଥ ହୋଇଥିଲା। ରାତି ୧୨ ଟା ମଧ୍ୟରେ ମୟୁରଭଞ୍ଜ ର ପ୍ରସିଦ୍ଧ ଛଉ ନୃତ୍ୟ ସମେତ ଆନ୍ୟନୟ ସାଂସ୍କୃତିକ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।