ଗତ ବିଳମ୍ବିତ ରାତିରେ ଜାତୀୟ ରାଜପଥ ୨୬ର ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅଧିନସ୍ଥ ଲୁହୁରାପାଲି ବରାହମାଲ ମଝିରେ ଘଟିଥିଲା ଏକ ଦୁର୍ଘଟଣା। ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। ମୃତକ ଦୁଇଜଣଙ୍କ ମଧ୍ୟରୁ ଜଣେ କର୍ଲାପାଟ ପୁଲିସ ଥାନା ଅଧିନସ୍ଥ ସାଇସୁନରନୀ ଗ୍ରାମର ପ୍ରଶାନ୍ତ ନାଏକ ଏବଂ ଅନ୍ୟ ଜଣକ ବିଜେପୁର ଥାନା ଅଞ୍ଚଳର ହେମନ୍ତ ନାଏକ। ପରିବାର ଲୋକ ପହଞ୍ଚିବା ପରେ ଶନିବାର ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ସନ୍ଧ୍ୟାରେ ସାଇସୁରନିକୁ ଶବ ପହଞ୍ଚିଥିଲା ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ଦାହ ସଂସ୍କାର କରାଯାଇଛି।