ଝାରସୁଗୁଡା ଜିଲ୍ଲା ଝାରସୁଗୁଡା ବ୍ଲକର କଳ୍ୟାଣମୂଳକ ଓ ବିକାଶମୂଳକ ଯୋଜନାର ଅଗ୍ରଗତିକୁ ମୂଲ୍ୟାୟନ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ l ଆଜି ଅପରାହ୍ନ ୪ ଟା ରୁ ୫ ଟା ଯାଏଁ ଅନୁଷ୍ଠିତ ଏହି ବୈଠକରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କ ସହ ବ୍ଲକ ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ମାନେ ଯୋଗଦେଇଥିଲେ l କେନ୍ଦ୍ର ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରୁ ଏପର୍ଯ୍ୟନ୍ତ ଲାଭ ପାଇନଥିବା ଯୋଗ୍ୟ ଲାଭାର୍ଥୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଲାଭାନ୍ୱିତ କରିବା ପାଇଁ ଆଜିର ବୈଠକ ରେ ଗୁରୁତ୍ୱାରୋପ କରାଯାଇଛି l ଏହାସହ ଅନ୍ୟାନ୍ୟ ଉନ୍ନୟନ ମୂଳକ ପ୍ରକଳ୍ପର ଅଗ୍ରଗତି ବିଷୟରେ ମଧ୍ୟ ଆଲୋଚ