ଆମ ଦେଶର ଜାତୀୟ ଗୀତ “ ବନ୍ଦେ ମାତରମ ” ରଚନା ହେବାର ୧୫୦ ମହିମାମୟ ବର୍ଷ ପୂର୍ତ୍ତି ଅବସରରେ କେନ୍ଦୁଝରଠାରେ ବନ୍ଦେ ମାତରଂର ସାମୁହିକ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ 'ବନ୍ଦେ ମାତରମ୍' ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଉପସ୍ଥିତ ଥିଲେ।