କୋଷାଗୁମୁଡା କୁ ଶବ ହେଇ ଫେରିଲେ କେରଳ ଯାଇଥିବା ଦାଦନ ଶ୍ରମିକ କିଛି ମାସ ତଳେ ପରିବାର ର ପେଟ ପୋଷିବା ପାଇଁ ଦାଦନ ଖଟିବାକୁ କେରଳ ଯାଇଥିଲେ ନିଲମ ପୂଜାରୀ(୪୫) ।ହେଲେ ବିଗତ ରବିବାର ଦିନ କେରଳ ଠାରେ ଏକ ଦୁର୍ଘଟଣା ରେ ନିଲମ ଙ୍କ ମୃତ୍ୟୁ ହୋଇଥିଲା ।ଏହି ଖବର ଶୁଣି କୋଷାଗୁମୁଡା ସଦର ଜାହାଜ ଭଟ୍ଟା ସାହି ରୁ ପରିବାର ଲୋକେ କେରଳ କୁ ଯାଇ ମୃତ ନିଲମ ଙ୍କ ମୃତ ଶରୀର କୁ ବୁଧବାର ରାତି 12ଟରେ ନିଜ ଘର କୁ ନେଇ ଆସିଥିଲେ ।ଆଜି ତଥା ଗୁରୁବାର ଦିନ ନିଲମ ଙ୍କ ଶବ ସତ୍କାର କରାଯାଇଛି।