ଗତ କିଛି ଦିନ ହେବ ରାଉରକେଲା ସହରରେ ଶୀତ ବଢ଼ିବା ସାଙ୍ଗକୁ ବଢ଼ିଛି କୁହୁଡ଼ି। ସକାଳୁ ସକାଳୁ ଧଳା ଚାଦରରେ ଘୋଡ଼ାଇ ହୋଇ ରହୁଛି ସାରା ସହର । ବିଭିନ୍ନ ସ୍ଥାନରେ କୁକୁଡ଼ି ମୁଣ୍ଡ ବିନ୍ଧାର କାରଣ ପାଲଟିଛି।ତେବେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଉରକେଲାରେ ପ୍ରବଳ ଶୀତ ଅନୁଭୂତ ହେବ ଏବଂ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିବ ରାତି ତାପମାତ୍ରା ବୋଲି ସୂଚନା ମିଳିଛି। ସୋମବାର ଅପରାହ୍ନରେ ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।