ଦେବଗଡ ସହର ଗୋପବନ୍ଧୁ ଛକରେ ଜିଲ୍ଲା ଯୁବ ଓ ମହିଳା ଏକତା ମଂଚ ପକ୍ଷରୁ ଜିଲ୍ଲା ପ୍ରତିଷ୍ଠା ଦିସବ ପାଳିତ ହୋଇଯାଇଛି । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ସଙ୍ଗଠନର ସଦସ୍ୟ, ସଦସ୍ୟା ସାମିଲ ହୋଇଥିଲେ । ଆଜି ସନ୍ଧ୍ୟା ୫ ରୁ ରାତି ପ୍ରାୟ ୯ ପର୍ଯ୍ୟନ୍ତ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନେକ ବୁଦ୍ଧିଜୀବୀ ସାମିଲ ହୋଇ ଜିଲ୍ଲା ଗଠନ ହେବାର ଦୀର୍ଘ ବର୍ଷ ପରେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଦେବଗଡ ଜିଲ୍ଲା ଅବହେଳିତ ହୋଇ ରହିଥିବାରୁ କିଭଳି ଉନ୍ନତୀ ଆସିପାରିବ ସେନେଇ ଆଲୋକପାତ କରିଥିଲେ ।