କେନ୍ଦୁଝର ଜିଲ୍ଲାରେ ପଞ୍ଚାୟତ ରାଜ ଓ ପାନୀୟଜଳ ବିଭାଗ, ଓଡ଼ିଶା ସରକାର ଅଧୀନରେ ଥିବା ଜିଲ୍ଲା ଜଳ ଓ ପରିମଳ ମିଶନ (DWSM) ପକ୍ଷରୁ ଆୟୋଜିତ 'ବିଶ୍ୱ ଶୌଚାଳୟ ଦିବସ-୨୦୨୫' ଅଭିଯାନ ଆଜି ସଫଳତାର ସହ ଉଦ୍ଯାପିତ ହୋଇଛି। ନଭେମ୍ବର ୧୯ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୧୦ ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନର ଜିଲ୍ଲା ସ୍ତରୀୟ ଉଦ୍ଯାପନୀ ସମାରୋହ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରଥିବାରେ ଦରବାର ହଲ୍ରେ ଅନୁଷ୍ଠିତ ହୋଇଥିଲା।