ଶୁକ୍ରବାର ଦିନ ମନମୁଣ୍ଡା ଥାନା ଖଲିଆ ପାଲି ଗ୍ରାମ ପଞ୍ଚାୟତ ତାଳ ପଦର ଗ୍ରାମରେ ନିଶା ନିବାରଣ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ତାଳ ପଦର ୟୂ ଜି ଏମ ଇ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହେବା ସହ ସଭା ଅନୁଷ୍ଠିତ ହୋଇଥିଲା | ଦୁର୍ଗା ବାହିନୀର ପ୍ରାନ୍ତ ପ୍ରମୁଖ ଶାନ୍ତିଲତା ଖମାରୀଙ୍କ ଅଧ୍ୟକ୍ଷତାରେ ଓ ମମତା malli ମଲ୍ଲୀକଙ୍କ ପରିଚାଳନାରେ ଉକ୍ତ ସଭା ଅନୁଷ୍ଠିତ ହୋଇଥିଲା | ଅତିଥି ଭାବରେ ଆରଏସଏସର ଜିଲ୍ଲା କାର୍ଯବାହ ଇନ୍ଦୁ ଭୂଷଣ ମହାକୁଳ ଉପସ୍ଥିତ ଥିଲେ |