ଦେବଗଡ: ଇନ୍ଦିରାଗାନ୍ଧୀ ଷ୍ଟାଡିୟମରେ ଆନ୍ତଃ ଜିଲ୍ଲା ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଂଟ, ରାଜା ବାସୁଦେବ ହାଇସ୍କୁଲ୍ ଚମ୍ପିୟାନ
ଦେବଗଡ ଜିଲ୍ଲା କ୍ରିକେଟ ସଙ୍ଘ ପକ୍ଷରୁ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ଠାରେ ଗତ ୨୪ ତାରିଖରୁ ଅନୁଷ୍ଠିତ ହେଉଥିବା ଆନ୍ତଃ ଜିଲ୍ଲା ସ୍କୁଲ କ୍ରିକେଟ୍ ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚ ରବିବାନ୍ଦିନ ପ୍ରାୟ ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଯାଇଛି। ଫାଇନାଲ ମ୍ୟାଚ ଓଡିଶା ଆଦର୍ଶ ବିଦ୍ୟାଳୟ ବୁଢ଼ାପାଳ ବନାମ ରାଜା ବାସୁଦେବ ହାଇସ୍କୁଲ୍ ଦେବଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବୁଢ଼ାପାଳ ଦଳ କୁ ୪ ୱିକେଟ୍ ରେ ପରାସ୍ତ କରି ରାଜା ବାସୁଦେବ ହାଇସ୍କୁଲ୍ ଦେବଗଡ଼ ଚମ୍ପିୟାନ ହୋଇଛି ।