ଲଖନପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଓ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି l ଆଜି ପୂର୍ବାହ୍ନ ୧୦ ଟା ରୁ ଅପରାହ୍ନ ୪ ଟା ଯାଏଁ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲା ସାମାଜିକ ସମୀକ୍ଷକ ତୋଫାନ ନାୟକ ପଞ୍ଚାୟତ ସ୍ତରରେ କାର୍ଯ୍ୟକାରୀ ହୋଇଥିବା ମୂଖ୍ୟତଃ ମନରେଗା, ସାଧାରଣ ବଣ୍ଟନ ବ୍ୟବସ୍ଥା, ସମନ୍ବିତ ଶିଶୁ ବିକାଶ ବିଭାଗ ପକ୍ଷରୁ ମିଳୁଥିବା ଆର୍ଥିକ ସହାୟତା ରାଶି ସହିତ ଅନ୍ୟାନ୍ୟ ଯୋଜନା ଉପରେ ହୋଇଥିବା ସମୀକ୍ଷା ରିପୋର୍ଟ ଉପସ୍ଥାପନ କରିଥିଲେ । ଯେଉଁଥିରେ କି ଅନେକ କାର୍ଯ୍ୟ ସ୍ଥଳରେ ସୂଚନା ଫଳକ, କେଶ ରେକର୍ଡରେ କାର୍ଯ୍ୟ ଆରମ୍ଭ ଫଟୋ, ଏମବି ବହିରେ ଜ