ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଗାରିଆବନ୍ଦ ପୋଲିସ ନିକଟରେ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ଜଣେ ମହିଳା ମାଓ ନେତ୍ରୀ ଆତ୍ମସମର୍ପଣ କଲେ
ମାଲକାନଗିରି ଜିଲ୍ଲା ସୀମାନ୍ତ ଗାରିଆବନ୍ଦ ପୋଲିସ ନିକଟରେ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ଜଣେ ମହିଳା ମାଓ ନେତ୍ରୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ଏହି କୁଖ୍ୟାତ ମାଓ ନେତ୍ରୀଙ୍କ ନାମ ଜାନସୀ ଓରଫ ଭାଚେଲା ମାତାମି ହୋଇଥିବା ବେଳେ ସେ ମୃତ କୁଖ୍ୟାତ ମାଓବାଦୀ ସତ୍ୟମ ଗାୱାଡେଙ୍କ ପତ୍ନୀ ବୋଲି ଜଣା ପଡିଛି। ତେବେ ସ୍ବାମୀଙ୍କ ମୃତ୍ୟୁ ପରେ ସେ ମାଓ ସଙ୍ଗଠନରେ ନିଜକୁ ଏକାକୀ ଅନୁଭବ କରୁଥିବା ବେଳେ ସଙ୍ଗଠନ ନୀତି ଆଦର୍ଶ ହରାଇ ଦୁର୍ବଳ ହେଉଥିବା ଏବଂ ସୁରକ୍ଷା ବଳର ଘନ ଘନ ଅପରେସନ ଯୋଗୁଁ ସେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ।