ଢେଙ୍କାନାଳ ସଦର: ଘରେ ନ ଥିବାବେଳେ କଲେଜ ଛକ ନିକଟ ବାସଭବନରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହିତ ନଗଦ ଟଙ୍କା ଲୁଟି ନେଇ କଳା କନା ବୁଲାଇ ଦେଲେ ଦୃବୁତ
ଢେଙ୍କାନାଳ ସହରସ୍ଥ ଟାଉନ ଥାନା ଅଞ୍ଚଳ ଅନ୍ତର୍ଗତ କଲେଜ ଛକ ନିକଟ କ୍ଵାଟର ନମ୍ବର 3R-74 ବାସ ଭବନରେ ଦୃବୁତମାନେ କଳା କନା ବୁଲାଇ ଦେଇଛନ୍ତି I ସୂଚନା ମୁତାବକ ବିରଞ୍ଚି ନାରାୟଣ ଦାସ ଜିଲ୍ଲାପାଳଙ୍କ ଗାଡିର ଚାଳକ ଭାବେ କାର୍ଯ୍ୟକରି କଲେଜ ଛକ ନିକଟରେ ପରିବାର ସହିତ କ୍ଵାଟରରେ ରୁହନ୍ତି । ଗତ ୧୯ ତାରିଖ ଦିନ ପରିବାର ସହିତ ଗାଁକୁ ଯାଇଥିଲେ । ୨୦ତାରିଖ ଦିନ ଅପରାହ୍ନରେ କ୍ବାଟରରେ ପହଞ୍ଚିବା ପରେ ଘରର ବିଭିନ୍ନ କବାଟ ଝରକା ଭାଙ୍ଗାଯାଇଥିବା ଦେଖି ଚକିତ ହୋଇଥିଲେ । ସେମାନ ଘର ନ ଥିବାର ସୁଯୋଗ ନେଇ କେହି ଦୃବୁତ ଘରର ବିଭିନ୍ନ କବାଟ ଏବଂ ସାମଗ୍ରୀ ଭାଙ୍ଗିରୁଜି କଳାକନା ବୁଲାଇ ଲୁଟି ନେ