ଟିଟିଲାଗଡ: ବ୍ୟବସାୟୀ ଶିବ ଦୟାଲ ଜୈନଙ୍କୁ ଗାଡ଼ି ଧକ୍କାରେ ହତ୍ୟା ଉଦ୍ୟମ ଘଟଣା - ଠିକାଦାର ଅଙ୍କୁର ଅଗ୍ରୱାଲଙ୍କୁ ଗିରଫ କଲା ପୋଲିସ
#ହତ୍ୟା_ଉଦ୍ୟମ_ଷଡ଼ଯନ୍ତ୍ର: ଠିକାଦାର ଅଙ୍କୁର ଅଗ୍ରୱାଲ ଗିରଫ ଟିଟିଲାଗଡ଼: ହତ୍ୟା ଉଦ୍ୟମ ଷଡ଼ଯନ୍ତ୍ର ଓ ବ୍ଲାକ୍ମେଲିଂ ଅଭିଯୋଗରେ ବ୍ୟବସାୟୀ ତଥା ଠିକାଦାର ଅଙ୍କୁର ଅଗ୍ରୱାଲଙ୍କୁ ପୋଲିସ ଗିରଫ କରିଛି।୨୮ ତାରିଖ ରାତିରେ ହୋଟେଲ୍ ମାଲିକ ଶିବ ଦୟାଲ ଜୈନଙ୍କୁ ବୋଲେରୋ ଗାଡ଼ିରେ ଧକ୍କା ଦେଇ ହତ୍ୟା ଉଦ୍ୟମ କରାଯାଇଥିଲା। ବିନା ନମ୍ବର ପ୍ଲେଟ୍ ଥିବା ବୋଲେରୋ ଗାଡ଼ି ଧକ୍କା ଦେଇଥିଲା। ଏହି ଘଟଣାରେ ହୋଟେଲ୍ ମାଲିକ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ଅଙ୍କୁର ଅଗ୍ରୱାଲଙ୍କୁ ଗିରଫ କରିଛି ପୋଲିସ, କରାଯିବ କୋର୍ଟ ଚାଲାଣ ବୋଲି ସୂଚନା ମିଳିଛି।