ରିଆମାଳ ବନାଂଚଳ ରେଙ୍ଗାଲବେଡା ଫରେଷ୍ଟ ସେକ୍ସନ ବୁଢିକୁଟୁଣୀ ଗ୍ରାମ ନିକଟରେ ଆଜି ୧୮ ଟିକିଆ ହାତୀ ପଲ ଉପଦ୍ରବ ଜାରି ରହିଥିବା ଜଣାପଡିଛି । ବୁଢିକୁଟୁଣୀ ଗ୍ରାମ ନିକଟ ରମ୍ଭାଦେବୀ ସଂରକ୍ଷିତ ଜଙ୍ଗଲରେ ଦିନ ବେଳା ହାତୀ ପଲ ରହିଥିବା ବେଳେ ରାତିରେ ଗାଁ ନିକଟ ଚାଷ ଜମିକୁ ଆସି କ୍ଷୟକ୍ଷତି କରୁଥିବା ଜଣାପଡିଛି । ହାତୀ ଉପଦ୍ରବ ଯୋଗୁଁ ଉକ୍ତ ଅଂଚଳର ଚାଷୀ ଧାନ ଅମଳ ପୂର୍ବରୁ କ୍ଷତି ସହୁଛନ୍ତି । ଆଜି ରାତି ୧୦ ଟାରେ ବନବିଭାଗ ଠାରୁ ମିଳିଥିବା ସୂଚନା ଅନୁଯାୟୀ ୧୮ ଟିକିଆ ହାତୀ ପଲ ବୁଢିକୁଟୁଣୀ ଗ୍ରାମ ନିକଟରେ ରହିଛନ୍ତି ।