ସମ୍ବଲପୁର ଜିଲ୍ଲା କଙ୍ଗ୍ରେସ ର ନବନିଯୁକ୍ତ ସଭାପତି ଅମିତ ଗୁରୁଙ୍କୁ କୁଚିଣ୍ଡା ଠାରେ ଭବ୍ୟ ସ୍ୱାଗତ ସମର୍ଦ୍ଧନା ଜ୍ଞାପନ କରାଯାଇଛି। ସୂଚନା ଅନୁସାରେ କଙ୍ଗ୍ରେସ ର ନବନିଯୁକ୍ତ ସଭାପତି ଅମିତ ଗୁରୁ ମଙ୍ଗଳବାର ଦିନ କୁଚିଣ୍ଡା ଆସି ପହଞ୍ଚି ଥିବା ବେଳେ ସ୍ଥାନୀୟ କଙ୍ଗ୍ରେସ କର୍ମୀ ଓ ନେତା ମାନେ ତାଙ୍କୁ ସ୍ଵାଗତ ସମ୍ବର୍ଧନା ଜ୍ଞାପନ କରିଥିଲେ। ଜିଲ୍ଲା ସଭାପତି ଶ୍ରୀ ଗୁରୁ କର୍ମୀଙ୍କୁ ଉତ୍ସାହିତ କରିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ଦଳ କୁ ଆହୁରି ମଜବୁତ କରିବା କୁ ଆହ୍ଵାନ ଦେଇଥିଲେ। କଙ୍ଗ୍ରେସ ର ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା କରାଯାଇଥିଲା।