ଚାନ୍ଦବାଲି ବ୍ଲକର ବଡ଼ଓସ୍ତିଆ ପଞ୍ଚାୟତରେ ଓ ବାଲିଗାଁରେ ମହାଆଡ଼ମ୍ବରରେ ଘଟଯାତ୍ରା ପାଳନ କରାଯାଉଛି। ପ୍ରତିବର୍ଷ ପରି ଏ ବର୍ଷ ଦୁଇ ପୀଠରେ ହଜାର ହଜାର ଭକ୍ତ ଓ ମାନସିକଧାରୀ, ପାଟୁଆମାନେ ଓଷା ରଖି ଘଟଯାତ୍ରା ପାଳନ କରୁଛନ୍ତି। ଚାନ୍ଦବାଲି ବ୍ଲକରେ ପୌରାଣିକ ଓ ଐତିହାସିକ ଅନନ୍ୟ ଶକ୍ତିପୀଠ ସାଏନ୍ତାରେ ମା' ଶାରଳା ଓ ବାଲିଗାଁରେ ମା' ସିଦ୍ଧବାସୁଳୀଙ୍କ ପୀଠରେ ରୀତି ନୀତି ଅନୁସାରେ ଘଟଯାତ୍ରା ଆରମ୍ଭ ହୋଇଛି।