ମଙ୍ଗଳବାର ସଂଧ୍ୟା ସାଡେ ୬ଟା ବେଳେ କଲମପୁର ଜୁନାଗଡ ମୁଖ୍ୟ ରାସ୍ତାର ତାଳପଦର ଛକ ନିକଟରେ ଘଟିଛି ଏକ ବାଇକ ଦୁର୍ଘଟଣା । ଏଥିରେ ବାଇକ ଚାଳକ ଗୁରୁତର ହେଇଛନ୍ତି । ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇ ଚିକିତ୍ସା କରାଯାଉଛି । ସୂଚନା ଅନୁସାରେ କଲମପୁର ପୁଲିସ ଥାନା ଅଧିନସ୍ଥ ତୋତ୍ରାଗୁଡାର ଚନ୍ଦ୍ର ମାଝୀ ନାମକ ଜନୈକ ବ୍ୟକ୍ତି ଜୁନାଗଡ ପୁଲସ ଥାନା ଅଧିନସ୍ଥ କାଲିକାପଦର ଗାଁ ରୁ ଫେରିବା ବେଳେ ତାଳପଦର ଛକ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହେଇଥିଲେ।