ହିଞ୍ଜିଳି: ଶେରଗଡ଼ ବ୍ଲକ ବନ୍ଧାଗୁଡ଼ା ନିକଟ ଅଗ୍ନିଶମ ପଡିଆରେ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
Hinjili, Ganjam | Sep 17, 2025 ଶେରଗଡ଼ ବ୍ଳକ୍ ତରଫରୁ ବୃକ୍ଷ ରୋପଣ ପାଇଁ ଏକ୍ ପେଡ୍ ମା' କେ କାର୍ଯ୍ୟକ୍ରମ ବନ୍ଧାଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହପୁର ସ୍ଥିତ ଅଗ୍ନିସେବା କାର୍ଯ୍ୟାଳୟ ସମ୍ମୁଖ ଭାଗରେ ଥିବା ପାହାଡିଆ ଅଞ୍ଚଳରେ ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ଅଞ୍ଚଳର ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ସମେତ ପୁରୁଷ ଓ ମହିଳା ମାନେ ବୃକ୍ଷରୋପଣ କାର୍ଯ୍ୟରେ ସହଯୋଗ କରି ଚାରା ରୋପଣ କରି କାର୍ଯ୍ୟକ୍ରମକୁ ଆଗେଇ ନେଉଥିବା ଦେଖିବାକୁ ମିଳିଛି।ଉକ୍ତ କାର୍ଯ୍ୟକ୍ରମରେ ଆସିକା ଲୋକସଭା ସାଂସଦ ଶ୍ରୀମତୀ ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ,ଶେରଗଡ଼ ବ୍ଳକ୍ ଅଧ୍ୟକ୍ଷ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ ଉପସ୍ଥିତ ଥିଲେ.