ସୋର ଅବକାରୀ ବିଭାଗ ତରଫରୁ ବିଣାଗଢିଆ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବାଇକ ସହ ଦେଶୀମଦ ଜବତ କରିଥିବା ବେଳେ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୋର ଆଦର୍ଶ ଅବକାରୀ ଥାନାଧିକାରିଣୀ ପ୍ରଜ୍ଞାପ୍ରିୟା ନାୟକ ଏକ ଟିମ ସହ ବୀଣାଗଢିଆ ଗ୍ରାମରେ ଚଢ଼ାଉ କରି ପାକନ ସିଂ ନିକଟରୁ ୪୦ ଲିଟର ଦେଶୀମଦ, ମୁଇଳାବିନ୍ଧା ଗ୍ରାମର ପଦ୍ମଲୋଚନ ସାମଲ ନିକଟରୁ ୩୫ ଲିଟର ଦେଶୀମଦ ଏବଂ ଛତରା ଗ୍ରାମ ରାସ୍ତାରେ ଚଢ଼ାଉ କରି ଏକ ହିରୋ ସ୍ପ୍ଲେଣ୍ଡର ବାଇକ ସହ ୮୦ ଲିଟର ଦେଶୀମଦ ଜବତ କରିବା ସହିତ ଗିରିଧାରୀ ସାମଲକୁ ଗିରଫ କରିଥିଲେ। ଅପରାହ୍ନରେ ସମସ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି।