ଢେଙ୍କାନାଳ ସଦର: ଭାରତୀୟ କ୍ଷେତ ମଜଦୁର ପକ୍ଷରୁ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାର୍ଟ ମିଟର ସମ୍ବନ୍ଧିୟ ଅଭିଯୋଗ
ଢେଙ୍କାନାଳ ଜିଲ୍ଲାରେ TPCODL ର ସ୍ମାର୍ଟ ମିଟରକୁ ନେଇ ଆନ୍ଦୋଳନ ହେବାକୁ ଯାଉଛି । ଏହି ପରିପେକ୍ଷିରେ ଆଜି ମଧ୍ୟାହ୍ନ ୧୨ଟା୩୦ରେ ଭାରତୀୟ କ୍ଷେତ ମଜଦୁର ପକ୍ଷରୁ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାର୍ଟ ମିଟର ସମ୍ବନ୍ଧିୟ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି । ଯାହା ଅଭିଯୋଗ ରହିଛି। ଇଲେକ୍ଟ୍ରି ବିଭାଗର ମନମାନୀ ଯୋଗୁଁ ଏବେ ଦୋକାନ ମାନଙ୍କରେ କୌଣସି ମିଟର ମିଳୁନାହିଁ | ବିଦ୍ୟୁତ ବିଭାଗ ଲୋକମାନଙ୍କ ଘରେ ଥିବା ଭଲମିଟରକୁ ଉଠାଇ ନେଇ ସ୍ମାର୍ଟ ମିଟର ବସାଉଛି । ଯାହାଦ୍ଵାରା ପୂର୍ବ ମିଟର ଅପେକ୍ଷା ବିଦ୍ୟୁତ ବିଲ ୨ ଗୁଣାରୁ ଉର୍ଦ୍ଦ ହେଉଛି।