ରାଜଗାଙ୍ଗପୁର: କୁତ୍ରା ସ୍ଥିତ ସତ୍ୟମ ଫିଲିଙ୍ଗ ସେଣ୍ଟର୍ ନିକଟରେ କାର ଧକ୍କା ରେ ସାଇକେଲ ଚାଳକର ମୃତ୍ୟୁ
ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସୱେ ଉପରେ ରହିଥିବା ସତ୍ୟମ ଫିଲିଙ୍ଗ ସେଣ୍ଟର୍ ନିକଟରେ ରାସ୍ତା ପାର ହେଉଥିବା ଜଣେ ସାଇକେଲ ଚାଳକ କୁ ସୁନ୍ଦରଗଡ଼ ଠାରୁ ରାଉରକେଲା ପଟକୁ ଯାଉଥିବା ଏକ କାର ଧକ୍କା ଦେବା ଫଳରେ ସାଇକେଲ ଚାଳକ ଗୋମେଇ ଲାକ୍ରା ଙ୍କର ମୃତ୍ୟୁ ଘଟିଛି। ତାଙ୍କୁ କୁତ୍ରା ଡାକ୍ତରଖାନା ରେ ପ୍ରାଥମିକ ଚିକିତ୍ସାପରେ ଅଧିକ ଚିକିତ୍ସା ପାଇଁ ରାଉରକେଲା ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଛି।