କୋଟପାଡ: ବିନା ଡିଜେରେ ବୈପାରୀଗୁଡା ଠାରେ ଶେଷ ହେଲା ମାଆ ଗଜଲଷ୍ମୀଙ୍କ ଭସାଣି ଉତ୍ସବ l
Kotpad, Koraput | Oct 12, 2025 ମେଲାଣି ନେଲେ ମାଆ ଗଜଲଷ୍ମୀ l ବୈପାରୀଗୁଡା ଠାରେ ରବିବାର ରାତି ନଅ ଟା ରେ ଶେଷ ହେଲା ମାଆ ଗଜଲଷ୍ମୀଙ୍କ ଭସାଣି ଉତ୍ସବ l ଡିଜିଟାଲ ଯୁଗରେ ଅଧିକାଂଶ ସ୍ଥାନରେ ମାଆଙ୍କ ଭସାଣି ବେଳେ ଡିଜେ ବାଜାକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି l କିନ୍ତୁ ଚଳିତ ବର୍ଷ ଛାତି ଥରିଲା ଭଳି ଡିଜେ ମ୍ୟୁଜିତ ନଥିଲା କେବଳ ସଂକୀର୍ତନ ବାଜାରେ ମାଆଙ୍କ ମେଲାଣି ଉତ୍ସବରେ କମ୍ପିଉଠିଥିଲା ସହର l ଏହି ଅବସରରେ ପୂଜା କମିଟି ତରଫରୁ ମଞ୍ଚରେ ମାଙ୍କ ଲଡୁ ବିଜେତା ତଥା କଂଗ୍ରେସ ମଲିକଙ୍କୁ ଲଡୁ ପ୍ରଦାନ କରିବା ସହ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା l