ସମ୍ବଲପୁର ସହରର କେନ୍ଦ୍ର ସ୍ଥଳରେ ଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଓ ମାତୃ ନିବାସ ର ମୂଲ୍ୟବାନ ଜମିକୁ ଅକ୍ତିଆର କରିବାର ଏକ ଉଦ୍ୟମ କୁ ଆଜି ସହରର ବୁଦ୍ଧିଜୀବୀ, ସ୍କୁଲର ପୁରାତନ ଛାତ୍ର, ଶିକ୍ଷକ, ପ୍ରତିଷ୍ଠାତା ଟ୍ରଷ୍ଟ ସଦସ୍ୟା ମାତୃ ପ୍ରେମୀ ମାନେ ଦୃଢ଼ ବିରୋଧ କରିଛନ୍ତି। ଏହାକୁ ଚଳାଉଥିବା ଶ୍ରୀ ଅରବିନ୍ଦ କର୍ମ ମନ୍ଦିର ଟ୍ରଷ୍ଟ ର ସଦସ୍ୟ ମାନଙ୍କ ଅଜାଣତରେ ଟ୍ରଷ୍ଟ ଆଇନ ର ଅବମାନନା କରି ନିଜକୁ ଟ୍ରଷ୍ଟ ଓ ସ୍କୁଲ ର ସମ୍ପାଦକ ବୋଲାଉ ଥିବା ଜନୈକ ଯୁବ ଓକିଲ ନିହାର ରଞ୍ଜନ ପଣ୍ଡା ଏହି ଜମିକୁ ତାଙ୍କ ନାମରେ କରିବାକୁ ଆବେଦନ କରିଥିଲେ। ଆଜି ଟ୍ରଷ୍ଟ ର ମେନେଜୀଙ