ବିନା ଟିକେଟରେ AC ମଜା, TTE ଦେଲେ ସଜା !
ମାଗଣାରେ ଯାତ୍ରା, ତାହା ପୁଣି ଏସି କୋଚ୍ରେ ! ଏହି ଯୁବକ ଜଣକ ବୋଧହୁଏ ଭାବିଥିଲେ ଯେ ରେଳବାଇର ନିୟମ ତାଙ୍କ ପାଇଁ ଲାଗୁ ହୁଏନାହିଁ। ବିନା ଟିକେଟ୍ରେ ଟ୍ରେନ୍ରେ ଚଢ଼ିବା ସହ ସିଧା ଏସି ବଗିରେ ପଶି ଆରାମରେ ଶୋଇଯାଇଥିଲେ। କିନ୍ତୁ ତାଙ୍କର ଏହି ଚାଲାକି ବେଶୀ ସମୟ ତିଷ୍ଠି ନଥିଲା। ଚେକିଂ କରୁ କରୁ ସେଠାରେ ପହଞ୍ଚି ଯାଇଥିଲେ ଟିଟିଇ। ମଜାରେ ଶୋଇଥିବା ଯୁବକଙ୍କୁ ଉଠାଇ ଯେତେବେଳେ ସେ ଟିକେଟ୍ ମାଗିଥିଲେ, ସେତେବେଳେ ଯୁବକଙ୍କର ହୋସ୍ ଉଡ଼ିଯାଇଥିଲା। ଧରାପଡ଼ିବା ପରେ ଯୁବକ ଜଣକ ନିଜକୁ ବଞ୍ଚାଇବା ପାଇଁ ବିଭିନ୍ନ ବାହାନା କରୁଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଏହି ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ବିନା ଟିକେଟ୍ରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏହା ଏକ ବଡ଼ ଚେତାବନୀ। ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ।