ମାମଲାର ସଂକ୍ଷିପ୍ତ ତଥ୍ୟ ହେଉଛି ଯେ ୧୪.୧୧.୨୦୨୫ ରାତି ୮.୨୦ ସମୟରେ ଅନୁଗୁଳ ଜିଲ୍ଲା ବନ୍ତଳାର ବାରଗୌନିଆ ଗ୍ରାମର ପଦ୍ମ ଚରଣ ନାଏକଙ୍କ ପୁଅ ପ୍ରତାପ ନାଏକ (୨୫), ଥାନାରେ ହାଜର ହୋଇ ଲିଖିତ ରିପୋର୍ଟ ଦାଖଲ କରିଥିଲେ ଯେ ଆଜି ଅର୍ଥାତ୍ ୧୪.୧୧.୨୦୨୫ ଦିନ ପ୍ରାୟ ୧୨.୩୦ ସମୟରେ ସେ ଟ୍ରେନ୍ ଯୋଗେ ନିଜ ଘରକୁ ଫେରୁଥିବା ସମୟରେ, ଟ୍ରେନ୍ ରୁ ଓହ୍ଲାଇବା ପରେ, କେନାଲ ରୋଡ୍ ର ECO ପାର୍କ ନିକଟରେ ଅନୁଗୁଳ ବସ୍ ଷ୍ଟାଣ୍ଡ ଆଡ଼କୁ ଆସୁଥିବା ସମୟରେ ଦୁଇ ଜଣ ଅଜଣା ଅପରାଧୀ ତାଙ୍କୁ ଛୁରୀ ଦେଖାଇ ଅଟକ ରଖି ତାଙ୍କଠାରୁ ୫,୦୦୦ ଟଙ୍କା ଛଡ଼ାଇ ନେଇ ପଳାଇ ଯାଇଥିଲେ, ତେଣୁ ସେ ଆବଶ୍ୟକୀୟ ଆଇନଗତ କାର୍ଯ୍ୟ