କୋଡ଼ିଙ୍ଗା ରେ ଦୋକାନ ଚୋରି ମାମଲାରେ ସ୍ଥାନୀୟ ଅଞ୍ଚଳର ଚାରି ନାବାଳକ ଗିରଫ ଗତ ୧୯ତାରିଖ ରାତିରେ ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଥାନା ଠାରୁ ମାତ୍ର ୨୦୦ମିଟର ଦୂରରେ ଥିବା ଏକ ତେଜରାତି ଦୋକାନ ଚୋରି ମାମଲାରେ କୋଡିଙ୍ଗା ପୋଲିସ ୪ଜଣ ନାବାଳକ ଅଭିଯୁକ୍ତଙ୍କୁ ଗିରଫ କରି ଆଜି ଯୁଭେନାଲ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ୪ଜଣ ଅଭିଯୁକ୍ତ କୋଡିଙ୍ଗା ଗ୍ରାମର ବୋଲି ଜଣାପଡିଛି । ସେମାନଙ୍କ ନିକଟରୁ ପୋଲିସ ୩ଟି ଶାବଳ, ଗୋଟିଏ କଟର ବ୍ଲେଡ ସହ ୭ଶହ ଟଙ୍କା ଜବତ କରାଯାଇଛି