ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଯୋରନ୍ଦା ମହିମା ମହାବିଦ୍ୟାଳୟ ଠାରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ପକ୍ଷରୁ ସାଇବର ଆଜି ତା୧୦।୧୨ ରିଖ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ସାଇବର ସୁରକ୍ଷା ଅଭିଯାନ ଓ ପଥପ୍ରାନ୍ତ ନାଟକ ସଚେତନତା କାର୍ଯ୍ୟକ୍ରମ ମହିମା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ । ସାଇବର ଠକେଇ ର ଶିକାର କିପରି ଭାବରେ ନହେବେ ସେଥି ନିମନ୍ତେ ସାଧାରଣ ଲୋକଙ୍କୁ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନ କରାଯାଇଥିଲା। ସାଇବର ଅପରାଧ ପ୍ରତିଦିନ ବଢ଼ିବାରେ ଲାଗିଛି।ଜନସାଧାରଣ ଏହି ସାଇବର ଠକାମିର ଶିକାର କିପରି ହେବେ ନାହିଁ ଓ ସୁରକ୍ଷିତ ରହିବେ ସେଥିପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଛି।