ଶନିବାର ବୌଦ୍ଧ ବ୍ଲକ ଗେଡିବୁଢା ସଂରକ୍ଷିତ ଜଙ୍ଗଲରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷ ଉପରେ ବୌଦ୍ଧ ପୋଲିସ ପକ୍ଷରୁ ଚଢାଉ କାରାଯାଇଛି l ବୌଦ୍ଧ ଥାନା ଓ ବଘିଆ ପଡା ପୋଲିସ ପକ୍ଷରୁ ଉକ୍ତ ଅଞ୍ଚଳରେ ହୋଇଥିବା ବ୍ୟାପକ ଗଞ୍ଜେଇ ଗଛକୁ କାଟି ପୋଡ଼ି ନଷ୍ଟ କରା ଯାଇଥିବା ସୂଚନା ମିଳିଛି l ଏ ସମ୍ପର୍କରେ NDPS ଆକ୍ଟରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି l