ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆଜି ଆଭାସୀ ମାଧ୍ୟମରେ ରାଜସ୍ୱ ଅଧିକାରୀ ଶିବିର ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳା ଆସନ୍ତା ୧୪ ଓ ୧୫ ନଭେମ୍ବର ରେ ସମ୍ବଲପୁର ରିଭର ଇନ ରେସୋର୍ଟ ଠାରେ ଆୟୋଜିତ ହେବ। ସୂଚନା ଅନୁଯାୟୀ ଏହି କର୍ମଶାଳା ରେ ଉତ୍ତରାଞ୍ଚଳ ବିଭାଗ ଅନ୍ତର୍ଗତ ଜିଲ୍ଲାର ଜିଲ୍ଲାପାଳ , ଅତିରିକ୍ତ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ତହସିଲଦାର, ଭୂଅର୍ଜନ ଅଧିକାରୀ ଓ ରାଜସ୍ୱ ଅଧିକାରୀ ମାନେ ଯୋଗ ଦେବେ। ଏହି ପ୍ରସ୍ତୁତି ବୈଠକ ରେ ହେବାକୁ ଯାଉଥିବା କର୍ମଶାଳା ପାଇଁ ପ୍ରସ୍ତୁତି ବିଷୟ ଉପରେ ଆଲୋଚନା